Odisha Link
Bridging the Missing Links in Odisha

ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ଖୋଲିଲା ଡ୍ୟାମ୍ ଗେଟ୍

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କରାଯାଉଛି। ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଡ୍ୟାମ୍ ଗେଟ୍। ଗାଲୁଡିହିରେ ଜଳଧାରଣ କ୍ଷମତା ୯୪.୫ମି ହୋଇଥିବାବେଳେ ଜଳସ୍ତର ୧୦୧.୨୫ମି.ରେ ପହଂଚିଛି। ସ୍ଥାନୀୟ ଲୋକରେ ମନରେ ଛନକା ପଶିଛି ।

Leave A Reply

Your email address will not be published.