ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ଏଣିକି ସରୋଗେଟ ମାତା ଓ ପିତା ପାଇବେ ପ୍ରସବ ଛୁଟି

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ସରୋଗାସୀ ମାତା ଓ ପିତାଙ୍କ ପାଇଁ ରାଜ୍ୟସରକାରଙ୍କ ବଡ଼ ନିଷ୍ପତି। ଏଣିକି ସରୋଗେସୀ ଅବା ଉଧାର ମାତୃତ୍ୱ ଲାଭ କରୁଥିବା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନ ଅର୍ଥାତ୍ ୬ ମାସ ମାତୃତ୍ୱ ଛୁଟି ମିଳିବ। ଏଥିସହ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ୧୫ ଦିନ ପିତୃତ୍ୱ ଛୁଟି ମିଳିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ କେବଳ ସାଧାରଣ ମାତୃତ୍ୱ କ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପ୍ରଦାନ କରାଯାଉଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରୋଗେସୀ ମାତୃତ୍ୱ ଏବଂ ପିତୃତ୍ୱ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ବିଚାରାଧୀନ ଥିଲା। ଗତ ଜୁନ୍ ୧୮ ତାରିଖରେ ଭାରତ ସରକାର ସରୋଗେସୀ ମାତୃତ୍ୱ ଏବଂ ପିତୃତ୍ୱ ଛୁଟି ଘୋଷଣା କରି ସାରିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ ପାଇଁ ଆଜି ଅନୁରୂପ ଛୁଟି ଘୋଷଣା କରିଛନ୍ତି । ନିୟମ ଅନୁସାରେ ରାଜ୍ୟ ସରକାରଙ୍କର ଜଣେ ମହିଳା କର୍ମଚାରୀ ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ସରୋଗେଟ୍ ମାତା ହୁଅନ୍ତି, ସେ ୧୮୦ ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ।