Odisha Link
Bridging the Missing Links in Odisha

ତଳିଆ ଅଞ୍ଚଳରେ ଛନକା, ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍‌

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ଖୋଲାଯାଇଛି। ଏବେ ୭ଟି ଗେଟ୍‌ ଦେଇ ନିସ୍କାସିତ ହେଉଛି ବନ୍ୟାଜଳ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି। ସେଥିପାଇଁ ପୂର୍ବରୁ ୪ଟି ଗେଟ୍ ଖୋଲା ଯାଇଥିବା ସମୟରେ ବର୍ତ୍ତମାନ ଆଉ ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀର ତଳିଆ ଅଞ୍ଚଳ ଲୋକମାନଙ୍କ ମୱରେ ଛନକା ପଶିଛି।

Leave A Reply

Your email address will not be published.