Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା, ବୁଡ଼ିଲା ବଡ଼ଦାଣ୍ଡ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଲଘୁଚାପ କାରଣରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା କାରଣରୁ ବଡ଼ ଦାଣ୍ଡ ପାଦେ ପାଦେ ପାଣି ଜମିଛି। ଗତକାଲି କୋଣାର୍କରେ ମଧ୍ୟ ବର୍ଷା କାରଣରୁ ପାଣି ଜମିଥିବା ଚିତ୍ର ସାମ୍ନାକୁ ଆସିଥିଲା।

ଅନ୍ୟପଟେ, ଲଘୁଚାପ କାରଣରୁ ଘଡ଼ଘଡ଼ି ସହ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.