Odisha Link
Bridging the Missing Links in Odisha

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା: ଇ-କେୱାଇସି ନେଇ ମନ୍ତ୍ରୀ କହିଲେ…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କର ଇ-କେୱାଇସି ସରିନାହିଁ, ସେତେବେଳେ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ। ଏଯାବତ୍ ୨ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କର ଇ-କେୱାଇସି ସମାପ୍ତ ହୋଇଛି।

ବଳକା ଦେଢ଼ କୋଟି ଲୋକଙ୍କର ଇ-କେୱାଇସି ବାକି ରହିଥିବା ବେଳେ ଏଥିପାଇଁ ଅତିବେଶିରେ ମାସେରୁ ଦେଢ଼ ମାସ ସମୟ ଲାଗିପାରେ। ସମସ୍ତ ଲୋକଙ୍କର ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହେବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରକୃତ ସଂଖା ଜଣା ପଡ଼ିବ। ସେମାନଙ୍କୁ ବାଦ୍ ଦିଆଯାଇ ନୂଆ କାର୍ଡ ପାଇଁ ଆବେଦନ କରିଥିବା ଯୋଗ୍ୟ ଆବେଦନକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.