Odisha Link
Bridging the Missing Links in Odisha

ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ପୂର୍ବରୁ ବୈଠକ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଥାନାରେ ମେଜର ଓ ପୁଲିସ ବିବାଦ ମାମଲାକୁ ନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଆରମ୍ଭ ହୋଇଛି। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୁଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ରହିଛନ୍ତି। ଆଜିଠୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ।

ଅନ୍ୟପଟେ, ଏହି ଘଟଣାରେ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। ଗୁଜରାଟ ଗାନ୍ଧିନଗରସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ସେମାନଙ୍କର ସତ ସାମ୍ନାକୁ ଆସିବ। ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସି ଦୀନକୃଷ୍ଣ ମିଶ୍ର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ଦୀନକୃଷ୍ଣଙ୍କ ନାଁରେ ପୀଡ଼ିତାଜଣକ ସାଂଘାତିକ ଅଭିଯୋଗ ଆଣିଥିବାରୁ ତାଙ୍କର ପଲିଗ୍ରାଫ, ନାର୍କୋ ଆନାଲିସିସ, ବ୍ରେନ ମ୍ୟାପିଂ ହେବ। ଅବଶିଷ୍ଟ ୪ ପୁଲିସଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ।

Leave A Reply

Your email address will not be published.