Odisha Link
Bridging the Missing Links in Odisha

୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ଅନୁପମ ଖେର !

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆରେ ଭାରଇରାଲ ହେବାରେ ଲାଗିଛି ‘୫୦୦ ଟଙ୍କା’ର ଏକ ଫଟୋ। ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ଲାଗିଛି ବଲିଉଡର ବର୍ଷିଆନ ଅଭିନେତା ଅନୁପମ ଖେରଙ୍କ ଫଟୋ। ଖୋଦ ଅନୁପମ ଖେର ଟଙ୍କାରେ ନିଜ ଫଟୋ ଦେଖି ଆଚମ୍ବିତ ହୋଇଛନ୍ତି। ଏହି ଭାଇରାଲ ଟଙ୍କାକୁ ନେଇ ସୋସିଆଲ ମିଡିଆରେ ମିମ୍ସ ବର୍ଷା ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଏକ ୫୦୦ ଟଙ୍କିଆ ନୋଟର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଆପଣ ଦେଖିଲେ ମଜାକ ଉଡ଼ାଇ ପାରନ୍ତି। ହେଲେ ଏକ ଜଘନ୍ୟ ଅପରାଧ ସାମ୍ନାକୁ ଆସିଛି। ଅହମଦାବାଦର ସର୍ରାଫା କମ୍ପାନୀର ମାଲିକଙ୍କୁ ୧.୬୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି ଦୁର୍ବୃତ୍ତ। ଟଙ୍କାରେ ଗାନ୍ଧୀଙ୍କ ଫଟୋ ସ୍ଥାନରେ ବଲିଉଡର ଅଭିନେତା ଅନୁପମ ଖେରଙ୍କ ଫଟୋ ଲଗାଇ ମାଲିକଙ୍କୁ ନକଲି ନୋଟ ଦେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ। ମାନେକ ଚୌକରେ ସର୍ରାଫା ଦୋକାନ ଖୋଲିଥିବା ମେହୁଲ ଠକ୍କରଙ୍କ ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଜଣେ ଦୁର୍ବୁତ୍ତ ମେହୁଲ ଠକ୍କରଙ୍କୁ କୁହିଥିଲେ କି ଯେ କିଛି ଲୋକ ୨୧୦୦ ଗ୍ରାମ ସୋନା କିଣିବାକୁ ଚାହୁଁଛନ୍ତି। ପରେ ଦୁର୍ବୁତ୍ତ ଜଣକ କହିଥିଲେ ସୁନାର ଡେଲିଭରୀ ନବରଙ୍ଗପୁରାର ଏକ କୋରିୟର କମ୍ପାନୀର ହେବ। ଠକ୍କରଙ୍କ କର୍ମଚାରୀ ସୁନା ନେଇ ଦୁର୍ବୃତ୍ତ ଦେଇଥିବା ଠିକଣାରେ ଯାଇ ପହଁଞ୍ଚିଥିଲେ। ପରେ ଦୁର୍ବୃତ୍ତ ମାନେ ଏକ ପ୍ଲାଷ୍ଟିକ କଭର ଦେଇଥିଲେ ଆଉ କହିଥିଲେ ଯେ ସେଥିରେ ୧.୩ କୋଟି ଟଙ୍କା ରହିଛି। ପରେ କର୍ମଚାରୀ ଜଣକ କହିଥିଲେ ଯେ ଟଙ୍କା ଗୁଡ଼ିକୁ ଗଣିବା ପାଇଁ କହିଥିଲେ। ପରେ ୩୦ ଲକ୍ଷ ଟଙ୍କା ଦୋକାନକୁ ନେଇ ବାହାରିଥିଲେ କର୍ମଚାରୀ। ଏହା ଦେଖି ଦୁଇ ଦୁର୍ବୃତ୍ତ ସୁନା ଧରି ସେହି ସ୍ଥାନରୁ ପଳାଇଥିଲେ। କର୍ମଚାରୀ ଜଣକ ପ୍ଲାଷ୍ଟିକ କଭର ଦେଖିଲା ବେଳକୁ ଯାହା ଦେଖିଲେ ସେ ଚକିତ ହୋଇ ଯାଇଥିଲେ।
କଭର ଭିତରେ ଥିବା ଟଙ୍କାରେ ଗାନ୍ଧୀଙ୍କ ଫଟୋ ସ୍ଥାନରେ ଅନୁପମ ଖେରଙ୍କ ଫଟୋ ଦେଖିବାକୁ ପାଇଥିଲେ।

ନବରଙ୍ଗାପୁର ପୁଲିସ ଏନେଇ ମାମଲା ରୁଜୁ କରିଛି। ଆଉ ୧.୩ କୋଟି ଟଙ୍କା ନକଲି ବୋଲି କହିଛି ପୁଲିସ। ବର୍ତ୍ତମାନ ପୁଲିସ ସେହି ୨ ଦୁର୍ବୃତ୍ତଙ୍କୁ ଖୋଜିବାରେ ଲାଗିଛି। ପୁଲିସ କହିଛି ନକଲି ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ଅନୁପମ ଖେରଙ୍କ ଫଟୋ ଲାଗିଛି। ନୋଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବନାନ ଭୁଲ ମଧ୍ୟ ରହିଛି। ନୋଟର ବଣ୍ଡଲରେ ଏସ୍‌ବିଆଇର ମୋହର ଲାଗିଥିବା ଏକ କାଗଜ ଲାଗିଥିଲା। ଯାହାର ବନାନ ମଧ୍ୟ ଭୁଲ ଥିବା କହିଛି ପୁଲିସ। ପିଲାଙ୍କ ମନୋରଞ୍ଜନ ପାଇଁ ଛପା ଯାଉଥିବା ନୋଟର ବ୍ୟବହାର ଦୁର୍ବୃତ୍ତ କରିଥିବା ପୁଲିସ କହିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅନୁପମ ଖେର ଚକିତ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏକ୍ସରେ ଲେଖିଛନ୍ତି, ୫୦୦ ଟଙ୍କିଆ ନୋଟରେ ଗାନ୍ଧୀଙ୍କ ଫଟୋ ସ୍ଥାନରେ ମୋ ଫୋଟ ? କିଛି ବି ହୋଇପାରେ !

Leave A Reply

Your email address will not be published.