Odisha Link
Bridging the Missing Links in Odisha

ଦାୟିତ୍ୱ ନେଲେ ଟ୍ୱିନସିଟି କମିଶନର ଦେବଦତ୍ତ ସିଂ

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଏହି ଅଦଳବଦଳ ପରେ ୧୯୯୮ ବ୍ୟାଚ୍ ଆଇପିଏସ ଅଫିସର ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ଟ୍ୱିନସିଟି କମିଶନର ଭାବେ ସୁରେଶ ଦେବଦତ୍ତ ସିଂ ଦାୟିତ୍ୱ ନେଇଛନ୍ତି। ପୁଲିସ ସେବା ଭବନରେ ସୁରେଶ ଦେବଦତ୍ତ ସିଂ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି।

ସୂଚନା ଅନୁସାରେ, ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୁଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। ୧୯୯୮ ବ୍ୟାଚ୍ ଆଇପିଏସ ଅଫିସର ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

ରାଜ୍ୟର ଚର୍ଚ୍ଚିତ ଆଇପିଏସ୍‌ ତଥା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ‌ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେଲ୍‌ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଏସ୍‌ଏମ୍‌ ନର୍‌ଭଣେଙ୍କୁ ଓଏସ୍‌ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଅବସ୍ଥାପିତ କରାଯାଇଛି।

ଅନ୍ୟପଟେ, ୨୫ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିର୍ଦେଶ ଦେଇଛନ୍ତି। ଆଗକୁ ପାର୍ବଣ ଥିବାରୁ ତୁରନ୍ତ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.