Odisha Link
Bridging the Missing Links in Odisha

ନେପାଳରେ ଭୟଙ୍କର ସ୍ଥିତି, ମାଟି ତଳେ ଚାଲିଛି ଜୀବନର ସନ୍ଧାନ

ଓଏଲ୍ ବ୍ୟୁରୋ: ନେପାଳରେ ବନ୍ୟା ବିଭୀଷିକା। ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ବନ୍ୟାରେ ଏଯାଏଁ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ୪୨ରୁ ଅଧିକ ନିଖୋଜ ହୋଇଛନ୍ତି। ଭୟଙ୍କର ବନ୍ୟାରେ ଛାତି ଥରାଇ ଦେଲା ଭଳି ଚିତ୍ର ସାମ୍ନାକୁ ଆସିଛି। ମାଟି ତଳୁ ନିଖୋଜଙ୍କ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି।

ସୂଚନା ଅନୁସାରେ, ନେପାଳରେ ୪୫ ବର୍ଷ ଭିତରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ୪୦୦୦ରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ନେପାଳ ସେନା ସାମିଲ ହୋଇଛନ୍ତି। ବନ୍ୟାରେ କାଠମାଣ୍ଡୁ, ଲଲିତପୁର, ଓ ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ବିପନ୍ନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ୨୦ ହଜାର ଯବାନ ନିୟୋଜିତ ହୋଇଛନ୍ତି। ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର। ମନ୍ତ୍ରୀମାନଙ୍କର ଜରୁରୀ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.