Odisha Link
Bridging the Missing Links in Odisha

ଜାଡେଜାଙ୍କ ନୂଆ କୀର୍ତ୍ତିମାନ, ବିଶ୍ବର ୨ୟ ଓ ଭାରତର ପ୍ରଥମ ଖେଳାଳି ଭାବେ କଲେ ଏହି ରେକର୍ଡ

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା। କପିଳ ଦେବ ଓ ରବିଚନ୍ଦ୍ରନ ଅଶ୍ବିନୀ ପୂର୍ବରୁ ଥିବା ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହେଲେ ରବୀନ୍ଦ୍ର ଜାଡେଜା। ୪ର୍ଥ ଭାରତୀୟ ବୋଲର ଭାବେ ଦ୍ରୁତ ୩୦୦ ଓ୍ବିକେଟ ଦଖଲ କ୍ଲବରେ ସାମିଲ ହୋଇଛନ୍ତି ଜାଡେଜା। ଟେଷ୍ଟ କ୍ରିକେଟରେ ୩୦୦୦ ରନ୍‌ ଓ ୩୦୦ ଓ୍ବିକେଟ ନେବା ମାମଲାରେ ଦ୍ବିତୀୟ ଦ୍ରୁତ ଖେଳାଳି ଭାବେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି ଜାଡେଜା।

ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ଗୋଟିଏ ଓ୍ବିକେଟ ନେଇଥିଲେ। ଏଥିସହିତ ସେ ଟେଷ୍ଟ କ୍ରିକେଟରେ ୩୦୦ ଓ୍ବିକେଟ ନେବାରେ ୭ମ ଭାରତୀୟ ହୋଇଛନ୍ତି। ସେ ୭୪ଟି ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ଏହି କ୍ଲବରେ ରବିଚନ୍ଦ୍ରନ ଅଶ୍ବିନୀ (୫୪), ଅନୀଲ କୁମ୍ବଲେ (୬୬), ହରଭଜନ ସିଂହ (୭୨), କପିଳ ଦେବ (୮୩), ଜାହିର ଖାନ (୮୯) ଓ ଇଶାନ୍ତ ଶର୍ମା (୯୮) ଟି ମ୍ୟାଚ୍‌ ଖେଳି ଟେଷ୍ଟ କ୍ରିକେଟର ୩୦୦ ଓ୍ବିକେଟ ନେଇଥିଲେ।

ବିଶ୍ବର ଦ୍ବିତୀୟ ଦ୍ରୁତ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୩୦୦ ଓ୍ବିକେଟ ନେବା ସହିତ ୩୦୦୦ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ଇଆନ ବୋଥାମ ମାତ୍ର ୭୨ଟି ମ୍ୟାଚ୍‌ ଖେଳି ଏହି କ୍ଲବର ଦ୍ରୁତତମ ଖେଳାଳି ଭାବେ ସ୍ଥାନ ପାଇଥିଲେ। ତାଙ୍କ ପଛକୁ ରହିଛନ୍ତି ଜାଡେଜା। ସେ ୭୪ଟି ମ୍ୟାଚ୍‌ ଖେଳି ବିଶ୍ବର ୨ୟ ଓ ଭାରତର ପ୍ରଥମ ଦ୍ରୁତତମ ଖେଳାଳି ହୋଇ ପାରିଛନ୍ତି। ସେହିପରି ଏହି କ୍ଲବରେ ୧୧ ଜଣ ଖେଳାଳି ଥିବାବେଳେ ଭାରତର ୩ ଜଣ ଖେଳାଳି ରହିଛନ୍ତି। ଜାଡେଜାଙ୍କ ପୂର୍ବରୁ ଏହି କ୍ଲବରେ କପିିଳ ଦେବ ଓ ରବିଚନ୍ଦ୍ରନ ଅଶ୍ବିନୀ ରହିଛନ୍ତି।

Leave A Reply

Your email address will not be published.