Odisha Link
Bridging the Missing Links in Odisha

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଅଘଟଣ, ଅଭିଯୋଗ ପ୍ରକୋଷ୍ଠରେ ଲାଗିଲା ନିଆଁ

ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଇନଭର୍ଟର୍ ଫାଟିବାରୁ ଅଗ୍ନିକାଣ୍ଡ ହୋଇଛି। ଘଟଣା ସ୍ଥଳରେ କେହି ଆହତ ହୋଇନଥିବାବେଳେ କେତେ କ୍ଷୟକ୍ଷତି ହୋଇଛି ଅସ୍ପଷ୍ଟ ରହିଛି। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଛନ୍ତି। ତେବେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଅସବାବପତ୍ର ତଥା କାଗଜ ପତ୍ରରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.