Odisha Link
Bridging the Missing Links in Odisha

କାରଣ ଦର୍ଶାଅ ନୋଟିସ୍‌ ପରେ ମୁହଁ ଖୋଲିଲେ ବିଜେଡି ନେତା ଅମରେଶ ଜେନା

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ଆରମ୍ଭ ହୋଇଥିବା ଭୁବନେଶ୍ବର ବିଜେଡି କଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ରାଜଧାନୀରୁ ଆରମ୍ଭ କରି ଗାଁରେ ବିଜେଡି କଳି କଥାରେ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ୪ ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଦୁଇ ଜଣ କର୍ପୋରେଟର ଓ ଦୁଇ ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ୱାର୍ଡ ନମ୍ବର ୧୪ର କର୍ପୋରେଟର ଅମରେଶ ଜେନା।

ସେ ଗଣମାଧ୍ୟମକୁ କହିଛନ୍ତି, ଭୁବନେଶ୍ବରରେ ଯାହା କିଛି ଘଟିଛି ତାହା ସମସ୍ତଙ୍କ ଜଣା। ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ। ବରଂ ସବୁବେଳେ ଫେଭିକଲ୍‌ ଲଗାଇ ରଖିଛୁ। ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି। ଭୁବନେଶ୍ବରରେ କେହି ଏକା ଠିକା ନେଇନି କହିଲେ ଅମରେଶ ଜେନା।

ଭୁବନେଶ୍ୱର ୱାର୍ଡ ନମ୍ବର ୧୪ର କର୍ପୋରେଟର ଅମରେଶ ଜେନା, ୱାର୍ଡ ନମ୍ବର ୫୯ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ଏକାମ୍ରର ସଭାପତି ରାଜେଶ ପାତ୍ର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳରେ ବିଶୃଙ୍ଖଳା ସୃଷ୍ଟି ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନୋଟିସ୍‌ ଜାରି କରିଛନ୍ତି। ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବା ପାଇଁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.