Odisha Link
Bridging the Missing Links in Odisha

ଛତୁଆର ମାନ ଯାଞ୍ଚ ପ୍ରସଙ୍ଗ: ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଯାହାକୁ ଦୃଷ୍ଟିରେ ରଖି ଛତୁଆର ମାନ ଯାଞ୍ଚ କରି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଛତୁଆର ମାନ ବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି। ଛତୁଆ ପାଇଁ ବଦନାମ ନହୁଅନ୍ତୁ ସରକାର। ଆଞ୍ଚଳିକ ଗ୍ରହଣୀୟତାକୁ ନେଇ ବିକଳ୍ପ ଚିନ୍ତା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Leave A Reply

Your email address will not be published.