Odisha Link
Bridging the Missing Links in Odisha

କାନପୁର ଟେଷ୍ଟ: ବାଂଲାଦେଶ ୧୪୬ ରନରେ ଅଲଆଉଟ୍‌, ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ୍ୟ

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ କାନୁପର ଟେଷ୍ଟ। ବର୍ଷା କାରଣରୁ ଅଢ଼େଇ ଦିନ ଖେଳ ହୋଇ ପାରିନଥିବା ବେଳେ କାନପୁର ଟେଷ୍ଟ ବିଜୟ ଦ୍ବାରରେ ଟିମ୍‌ ଇଣ୍ଡିଆ। ବାଂଲାଦେେଶକୁ ଦ୍ବିତୀୟ ଇନିଂସରେ ମାତ୍ର ୧୪୬ ରନରେ ଅଲଆଉଟ କରିଛି ଭାରତ। ଯାହାଫଳରେ ଟିମ୍‌ ଇଣ୍ଡିଆ ଆଗରେ ୯୫ ରନର ବିଜୟ ଳକ୍ଷ୍ୟ ରହିଛି। ଭାରତର ଶାଣିତ ବୋଲିଂ ଆଗରେ ବାଂଲାଦେଶ ଧରାଶାୟୀ ହୋଇ ମାତ୍ର ୧୪୬ରନ କରିବାରେ ସଫଳ ହୋଇଥିଲା।

ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ୍‌ ସଦାମନ ଇସଲାମ (୫୦) ଓ ମୁସ୍ତଫିକର ରହିମ ସର୍ବାଧିକ ୩୭ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଆକାଶଦୀପ ଗୋଟିଏ ଓ୍ବିକେଟ ନେଇଛନ୍ତି।

Leave A Reply

Your email address will not be published.