Odisha Link
Bridging the Missing Links in Odisha

ଓଡ଼ିଆ ଫିଲ୍ମ ସୁଟିଂ ଟିମକୁ ନକ୍ସଲ ଭୟ : ଖବରକୁ ଖଣ୍ଡନ କଲେ ବଲାଙ୍ଗୀର ଏସ୍‌ପି

ଓଏଲ୍‌ ବ୍ୟୁରୋ: ଜଣେ ଓଲିଉଡ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି।

ଏସବୁ ମଧ୍ୟରେ ବଲାଙ୍ଗୀର ହରିଶଙ୍କରଠାରେ ଚାଲିଥିବା ଓଡ଼ିଆ ଫିଲ୍ମ ‘ରାଣ୍ଡୀ ପୁଅ ଅନନ୍ତା’ର ସୁଟିଂ ବନ୍ଦ ହୋଇଛି। ଭୟ ଭିତରେ ଫିଲ୍ମ ସୁଟିଂ ବନ୍ଦ ହୋଇଥିବା ଜଣାପଡ଼ିଛି। ପ୍ରଶାସନର ଆର୍ଲଟ ପରେ ଫିଲ୍ମ ସୁଟିଂକୁ ବନ୍ଦ କରାଯାଇଛି। ଆଭ୍ୟନ୍ତରୀଣ ଅଞ୍ଚଳ ହୋଇଥିବାରୁ ଏଠାରେ ମାଓବାଦୀ ଭୟ ରହିଛି। ଏହି ଖବରକୁ ଖଣ୍ଡନ କରିଛନ୍ତି ବଲାଙ୍ଗୀର ଏସ୍‌ପି।

ବଲାଙ୍ଗୀର ଏସ୍‌ପି କହିଛନ୍ତି, ଆମ ପାଖକୁ ଏପରି କୌଣସି ଚିଠି ଆସିନାହିଁ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଓ ଗତିବିଧି ନେଇ ସତର୍କତା ରହିଛି। ସେହି ଅଞ୍ଚଳରେ ଫିଲ୍ମ ସୁଟିଂ ପାଇଁ ଅନୁମତି ନାହିଁ। ଅନ୍ୟ ସ୍ଥାନରେ ସୁଟିଂ ପାଇଁ ଅନୁମତି ଦିଆଯାଇଛି ବୋଲି ଏସ୍‌ପି କହିଛନ୍ତି।

ସୂଚନାଥାଉକି, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ରାଣ୍ଡୀ ପୁଅ ଅନନ୍ତା ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି। ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। ତେବେ ଏ ନେଇ ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.