ଆକ୍ସନ ମୋଡରେ ଦ୍ବୈତ ନଗରୀ ପୁଲିସ କମିଶନର, କଟକରେ କର୍ମଚାରୀଙ୍କୁ କଲେ ତାଗିଦ

ଓଏଲ୍ ବ୍ୟୁରୋ: ଭୁବନେଶ୍ବର-କଟକ ପୁଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆକ୍ସନ ମୁଡରେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂ। କଟକରେ ନୂଆ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ କର୍ମଚାରୀଙ୍କୁ କରିଛନନ୍ତି ତାଗିଦ୍। ସେ ଗାଦିମଡ଼ା ପୁଲିସ ଅଫିସରଙ୍କୁ ଚେତାବନୀ ଦେଇଛନ୍ତି।
ଶ୍ରୀ ସିଂ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର। ଯିଏ ପରଫରମାନ୍ସ କରି ପାରିବନି ଆକ୍ସନ ନିଆଯିବ। ଦୀର୍ଘଦିନରୁ ଥାନାରେ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଲୋକଙ୍କୁ ତ୍ବରିତ ନ୍ୟାୟ ଦେବା ଉପରେ ଗୁରୁତ୍ବ ଦିଅ। ଥାନାକୁ ଆସୁଥିବା ପ୍ରତିଟି ନାଗରିକଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। ଅଭିଯୋଗକାରୀ ଆମ ଥାନାର ଅତିଥି। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣ ବୋଲି କହିଛନ୍ତି ଟ୍ବିନି ସିଟି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ।
ସୂଚନାଥାଉକି, ନୂଆ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ୧୯୭୧ ମସିହାରେ ଉତ୍ତରପ୍ରଦେଶରେ ଜନ୍ମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୯୪ ମସିହାରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୯୭ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ଲାଭ କରିଥିଲେ। ଏହି ସମୟରେ ସେ ଆଇପିଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସାମ୍ବାଦିକତା ପାଇଁ ଆଗ୍ରହ ଥିବାରୁ ଆହ୍ଲାବାଦରେ ମାସ୍ କମ୍ୟୁନିକେସନ୍ ଡିଗ୍ରି ହାସଲ କରିଥିଲେ। କିଛି ଦିନ ପାଇଁ ସେ ଦୈନିକ ଜାଗରଣ, ନବ ଭାରତ, ହିନ୍ଦୁ ଭଳି ଜାତୀୟସ୍ତରର ଖବରକାଗଜ ପାଇଁ ସାମ୍ବାଦିକତା କରିଥିଲେ।