Odisha Link
Bridging the Missing Links in Odisha

IND vs BAN: ୨-୦ରେ ଟେଷ୍ଟ ସିରିଜ ଜିତିଲା ଭାରତ, କାନପୁରରେ ଟିମ୍‌ ଇଣ୍ଡିଆ ରଚିଲା ଇତିହାସ

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟ ସହିତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ବାଂଲାଦେଶକୁ ୨-୦ରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମ ଟେଷ୍ଟକୁ ୨୮୦ ରନରେ ଭାରତ ଜିତିଥିବା ବେଳେ ଦ୍ବିତୀୟ ଟେଷ୍ଟକୁ ୭ ଓ୍ବିକେଟରେ ଜିତି ନେଇଛି।

ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମୋ ବୋଲିିଂ ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ବାଂଲାଦେଶ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ ଦିନ ଖେଳରେ ବର୍ଷା ହେବା କାରଣରୁ ମାତ୍ର ୩୫ ଓଭର ବ୍ୟାଟିଂ କରିପାରିଥିଲା ବାଂଲାଦେଶ। ୧୦୭ ରନରେ ୩ ଓ୍ବିକେଟ ହରାଇଥିଲା ବାଂଲାଦେଶ। ପରେ ମ୍ୟାଚର ଦ୍ବିତୀୟ ଓ ତୃତୀୟ ଦିନ ବର୍ଷା ଏବଂ ପଡ଼ିଆ ଓଦା ଥିବା କାରଣରୁ ଗୋଟିଏ ବି ବଲ୍‌ ପଡ଼ି ପାରି ନଥିଲା।

୪ର୍ଥ ଦିନ ଖେଳ ଆରମ୍ଭରୁ ଭାରତୀୟ ଦଳ ଶାଣିତ ବୋଲିଂ କରିଥିଲା। ଯାହାଫଳରେ ବାଂଲାଦେଶ ଦଳ ମାତ୍ର ୨୩୩ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇ ଯାଇଥିଲା। ପରେ ୪ର୍ଥ ଦିନ ହିଁ ମାତ୍ର ୩୪ ଓଭର ୪ଟି ବଲ୍‌ ଖେଳି ୯ଟି ଓ୍ବିକେଟ ହରାଇବା ସହିତ ଭାରତ ୨୮୫ ରନ୍‌ ସ୍କୋର କରି ପାଳି ଘୋଷଣା କରିଥିଲା। ୫୨ ରନ୍‌ ଆଗରେ ରହିଥିଲା ଭାରତ। ବାଂଲାଦେଶ ଏହାକୁ ପିଛା କରି ଦ୍ବିତୀୟ ଇନିଂସରେ ସମସ୍ତ ଓ୍ବିକେଟ ହରାଇ ୧୪୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଯାହାଫଳରେ ଭାରତ ଆଗରେ ୯୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ମାତ୍ର ୧୬ ଓଭରରେ ଭାରତୀୟ ଦଳ ୨ଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଯଶ୍ବସୀ ଜୟଶଓ୍ବାଲଙ୍କ ଅଧର୍ଦ୍ଧଶତକୀୟ ଇନିଂସ ଓ ବିରାଟ ରନ୍‌ ବଳରେ ଭାରତୀୟ ଦଳ ୭ ଓ୍ବିକେଟରେ କାନପୁର ଟେଷ୍ଟକୁ ଜିତି ନେଇଛି। ଏଥିସହିତ ଟେଷ୍ଟ ସିରିଜକୁ ଭାରତୀୟ ଦଳ ୨-୦ରେ ଜିତିଛି।

Leave A Reply

Your email address will not be published.