ଚାଷୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୫ରେ ମିଳିବ ପିଏମ୍ କିଷାନ ଟଙ୍କା
ଓଏଲ୍ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ରାଜ୍ୟରେ ୩୦ ଲକ୍ଷରୁ ଅଧିକ ଚାଷୀଙ୍କୁ ଟଙ୍କା ଦିଆଯିବ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ। ପୂର୍ବରୁ ଜୁନ ୧୮ ତାରିଖରେ ୧୭ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା।