Odisha Link
Bridging the Missing Links in Odisha

ଓଡ଼ିଶା ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୁ୍ଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି। କିପରି ଅଧିକ ବିଦେଶୀ ପୁ୍ଞ୍ଜି ନିବେଶ ହେବ ଆଲୋଚନା ହୋଇଛି। ନିବେଶକଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ୍‌, ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ। ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ଼ ମୂଳଦୁଆ ପକାଇବ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା। ତେବେ ଏହି ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଥିଲେ। ଆଲୋଚନା ପୂର୍ବରୁ ରାଷ୍ଟ୍ରଦୂତଙ୍କ ଆଗରେ ରାଜ୍ୟର କଳା, ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଶାଢ଼ୀ, ପଥର କଳା, ଆଦିବାସୀ ସଂସ୍କୃତି, ପଟ୍ଟଚିତ୍ର, ହ୍ୟାଣ୍ଡଲୁମ୍‌, ଫିଲିଗ୍ରି, କୋରାପୁଟ୍ କଫି ପ୍ରଦର୍ଶିତ ହୋଇଛି।

Leave A Reply

Your email address will not be published.