ଭୁବନେଶ୍ବର ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଆଜି ଭୁବନେଶ୍ବରକୁ ଡିସିପି ମିଳିଛି। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ୱ ନେବା ପରେ ପିନାକ ମିଶ୍ର ପ୍ରତିକ୍ରିୟା କରିଛନ୍ତି। ସେ କହିଛନ୍ତି, ସୁରକ୍ଷା ଓ ନିରାପତ୍ତା ଉପରେ ଦୃଷ୍ଟି ରହିବ। ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ମୋର ଲକ୍ଷ୍ୟ। ଆଗକୁ ପୂଜା ଥିବାରୁ ଲୋକଙ୍କ ସହଯୋଗ ନିହାତି ଆବଶ୍ୟକ।