ସାଇକେଲ ବୁଲାଇଲା ଚାରିଧାମ, ଜଗା ଦର୍ଶନ କଲେ ଭୁବନେଶ
ଓଏଲ୍ ବ୍ୟୁରୋ: ସାଇକେଲରେ ଭୁବନେଶଙ୍କ ଚାରିଧାମ ଯାତ୍ରା। ସନାତନ ଧର୍ମର ପ୍ରଚାର ପ୍ରସାର ସାଇକେଲ ଚଲାଇ ଚାରି ଧାମ ଯାତ୍ରା କରିଛନ୍ତି ରାଜସ୍ଥାନ ଗଙ୍ଗାପୁର ଅଞ୍ଚଳର ୨୬ ବର୍ଷୀୟ ଯୁବକ ଭୁବନେଶ। ଆାଜି ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହିତ ଚାରି ଧାମର ଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ଜାନୁଆରି ୧ ତାରିଖ ୨୦୨୩ ମସିହାରୁ ଭୁବନେଶ ନିଜ ଘରୁ ସାଇକେଲ ଧରି ବାହାରିଥିଲେ।
ବର୍ତ୍ତମାନ ସୁଦ୍ଧା ଭୁବନେଶ ୯ଟି ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମ ଯାତ୍ରା କରିବା ସହ ୧୨ ହଜାର କିଲୋମିଟର ଅତିକ୍ରମ କରିସାରିଛନ୍ତି। ଆଗକୁ ମଲ୍ଲିକାଅର୍ଜୁନ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନାତନ ଧର୍ମର ପ୍ରଚାର ପ୍ରସାରର ବାର୍ତ୍ତା ଦେଇଛନ୍ତି। ଆଜିକାଲିର ଯୁବ ପିଢ଼ି ମାଦକଦ୍ରବ୍ୟ ପ୍ରତି ଦୂରେଇ ରହି ସନାତନ ଧର୍ମକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ ବୋଲି ରାଜସ୍ତାନ ଗଙ୍ଗାପୁରର ଭୁବନେଶ କହିଛନ୍ତି।