Odisha Link
Bridging the Missing Links in Odisha

ଟ୍ୱିନ୍ ସିଟିର ଅତିରିକ୍ତି ସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାଶ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଆଜି ଅତିରିକ୍ତ ସିପି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଉମାଶଙ୍କର ଦାସ। ପୁଲିସ କମିଶନରେଟ୍ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କଲେ ଅତିରିକ୍ତ ପୁଲିସ କମିଶନର।ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିବା ପରେ ପୁଲିସ ହେଡ୍ କ୍ବାର୍ଟରରେ ସମସ୍ତ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପୂର୍ବରୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ଉମାଶଙ୍କର ଦାସ।

କାର୍ଯ୍ୟରେ ଯୋଗଦେବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ମୁଁ ପୁଣି ଏତେ ବଡ଼ ସୁଯୋଗ ପାଇଛି। ଟ୍ବିନ୍‌ ସିଟି କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନେତୃତ୍ବରେ ଗଠିତ ଟିମ୍‌ରେ କାମ କରିବି। ସହରରୁ କିଭଳି ଅପରାଧ ମୁକ୍ତ କରିହେବ ସେ ଉପରେ ଆମର ଫୋକସ୍‌ ରହିବ ବୋଲି ଉମାଶଙ୍କର ଦାସ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡ. ଉମାଶଙ୍କର ଦାସ ମୟୂରଭଞ୍ଜର ବାସିନ୍ଦା। ସେ ଫିଜିକ୍ସ ଅନର୍ସରେ ବିଏସ୍‌ସି ପାସ୍ କରିବା ପରେ ଏମ୍‌ବିଏ କରିଛନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଏସ୍‌ଡିପିଓ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ଏବଂ ପୁରୀ ଏସ୍‌ପି, ଭୁବନେଶ୍ବର ଡିସିପି, ଅନୁଗୁଳ ଏସ୍‌ପି ଭାବେ କାମ କରିସାରିଛନ୍ତି ।

Leave A Reply

Your email address will not be published.