Odisha Link
Bridging the Missing Links in Odisha

ଚାକିରିରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀଙ୍କ ପିଏସ୍ଓ

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ମିତ୍ରଭାନୁ ଦେଓଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ଵିତ କରାଯାଇଥିବାବେଳେ ଏବେ ତାଙ୍କୁ ବହିଷ୍କୃତ କରାଯାଇଛି। ନିଜର ଦାୟିତ୍ୱ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ଏବେ ତାଙ୍କୁ ଝାରସୁଗୁଡ଼ା ଏସପି ଚାକିରିରୁ ବହିଷ୍କାର କରିଛନ୍ତି।

ସୂଚନା ଅନୁସାରେ, ୨୦୨୩ ଜାନୁୟାରୀ ୩୦ ତାରିଖରେ ନବ ଦାସଙ୍କୁ ବ୍ରଜରାଜନଗର ଥାନା ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା। ଗାନ୍ଧୀ ଛକ ଫାଣ୍ଡିର ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିବାର ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାର ତତ୍କାଳୀନ ଏସପି ରାହୁଳ ଜୈନ, ବ୍ରଜରାଜନଗରର ତତ୍କାଳୀନ ଏସଡିପିଓ ଗୁପ୍ତେଶ୍ଵର ଭୋଇ ଏବଂ ବ୍ରଜରାଜନଗର ଥାନା ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବଦଳି କରାଯାଇଥିଲା। ଏହି ଘଟଣାରେ ନବ ଦାସଙ୍କ ସହିତ ଥିବା ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା।

Leave A Reply

Your email address will not be published.