ନକଲି କ୍ଷୀର ପରେ ନକଲି ଘିଅ କାରଖାନା ଠାବ
ଓଏଲ୍ ବ୍ୟୁରୋ: ଦୁଗ୍ଧରେ ଅପମିଶ୍ରଣ ପରେ କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି। ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରୁ ଠାବ କରାଯାଇଛି। ବାଲ୍ ଗୋପାଳ ନାମକ ଘିଅ କମ୍ପାନୀରେ ଚଢ଼ାଉ ହୋଇଥିବାବେଳେ ମାଲିକକୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ, କଟକରେ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଥିଲା। ଜଗତପୁର ନିକଟ ଆତୋଡାରୁ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଥିଲା। କମିଶନରେଟ ପୁଲିସ ନକଲି କ୍ଷୀର ପକ୍ଷରୁ ୟୁନିଟ୍ ପକ୍ଷରୁ ଚଢ଼ାଉ ହୋଇଥିଲା। ଅସ୍ୱାସ୍ଥ୍ୟକର ପରିବେଶରେ କ୍ଷୀର ପ୍ରସ୍ତୁତ ହେଉଥିଲା। ମିଲ୍କ ପାଉଡର ମିଶାଇ ନକଲି କ୍ଷୀର ପ୍ରସ୍ତୁତ ହେଉଥିଲା।
୭ ମାସ ହେବ ଏଠାରେ ନକଲି କ୍ଷୀର, ଦହି, ଲସି ପ୍ରସ୍ତୁତି ହେଉଥିଲା। କମ୍ପାନି ମାଲିକ ପ୍ରଦୀପ୍ତ ପରିଡ଼ାକୁ ପୁଲିସ ଗିରଫ କରିଛି। ନକଲି ‘ରୋହିଣୀ’ କ୍ଷୀର ବ୍ୟବହାରକୁ ପୁଲିସ ବାରଣ କରିଛି। ନକଲି କ୍ଷୀର ପ୍ୟାକେଟରେ ୨ଦିନ ପରର ପ୍ରସ୍ତୁତି ତାରିଖ ଥିଲା। କୋଲକତାରୁ ଜରି ଓ ମହାରାଷ୍ଟ୍ରରୁ ଗୁଣ୍ଡ କ୍ଷୀର ଆସୁଥିଲା। କ୍ଷୀର ଚାଲାଣ ହେଉଥିବା ଅଞ୍ଚଳରେ ପୁଲିସ ଯାଞ୍ଚ କରିବ ବୋଲି ଜଣା ପଡିଛି।