Odisha Link
Bridging the Missing Links in Odisha

ଚାଷୀଙ୍କ ଖାତାକୁ ଗଲା ପିଏମ୍‌‌ କିଷାନ ଟଙ୍କା

ଓଏଲ୍‌ ବ୍ୟୁରୋ: ନବରାତ୍ରୀ ପୂଜାରେ କୃଷକଙ୍କ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଚାଷୀଙ୍କୁ ମିଳିଲା ୧୮ ତମ ପିଏମ୍‌ କିଷାନ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ତେବେ ପିଏମ୍ କିଷାନର ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ପଠାଯାଇଛି।

ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି। ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା।

ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି। ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇ ସାରିଲାଣି। ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ଟଙ୍କା ପଠାଯାଏ।

ଆଜି ଭୁବନେଶ୍ୱର ଲୋକସେବା ଭବନ କନଭେନ୍ସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଦାଧିକାରୀଙ୍କ ଉପସ୍ଥିତିରେ ପିଏମ୍‌‌ କିଷାନର କିସ୍ତି ପାଇଛନ୍ତି ଚାଷୀ।

Leave A Reply

Your email address will not be published.