ହୀରାକୁଦ ଡ୍ୟାମ୍ ନବୀକରଣ ନିଷ୍ପତ୍ତି, ଖର୍ଚ୍ଚ ହେବ ୮୫୫ କୋଟି
ଓଏଲ୍ ବ୍ୟୁରୋ: ବଦଳିବ ହୀରାକୁଦର ରୂପରେଖ। ନବୀକରଣ ହେବ ହୀରାକୁଦ ଡ୍ୟାମ୍। ନୂଆ ସରକାର ଗଠନର ୧୦୦ ଦିନ ମଧ୍ୟରେ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଜଳର ସୁପରିଚାଳନା ପାଇଁ ବଡ଼ ନିଷ୍ପତି ନିଆଯାଇଛି।
ହୀରାକୁଦ ଜଳସେଚିତ ଅଞ୍ଚଳରେ ଜଳର ସୁପରିଚାଳନା ପାଇଁ ₹୮୫୫ କୋଟି ବ୍ୟୟରେ କେନାଲ ବ୍ୟବସ୍ଥାର ପୁନରୁଦ୍ଧାର ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ମହାନଦୀ ରିଭର ଫ୍ରଣ୍ଟ ବିକାଶ ପରିଯୋଜନା କରାଯାଇଛି। ଆସନ୍ତା ୪ ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ବ୍ୟୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି।