Odisha Link
Bridging the Missing Links in Odisha

ବିସ୍ଫୋରଣରେ ଥରିଲା କରାଚି: ୨ ଚୀନ ନାଗରିକ ମୃତ, ୧୭ ଆହତ

ଓଏଲ୍‌ ବ୍ୟୁରୋ: ପାକିସ୍ତାନର କରାଚିରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ଅଘଟଣରେ ୩ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଚୀନର ଶ୍ରମିକ ଥିବା ସୂଚନା ରହିଛି। ଚୀନ ଦୂତବାସ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ବିମାନବନ୍ଦରରୁ କାସିବ ଇଲେକ୍ଟ୍ରିକ୍‌ ପାଓ୍ବାର ଲିମିଟେଡ କର୍ମଚାରୀଙ୍କୁ ନିଆଯାଉଥିବା ଗାଡ଼ି ଉପରେ ରାତି ୧୧ଟାରା ଆକ୍ରମଣ ହୋଇଥିଲା। ଯେଉଁଥିରେ ଦୁଇ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ପାକିସ୍ତାନ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି। ସବୁଠୁ ବଡ଼କଥା ହେଲା ଏହି ବିସ୍ଫୋରଣରେ ପାକ୍‌ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।

ବିମାନବନ୍ଦରର ଜଣେ କର୍ତ୍ତୃପକ୍ଷ କହିଛନ୍ତି, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିମାନ ବନ୍ଦରର ରନ୍‌ଓ୍ବେ ଥରିଥିଲା। ସେ କହିଛନ୍ତି ପ୍ରାଥମିକ ତଦନ୍ତ ଅନୁସାରେ ବିମାନବନ୍ଦର ବାହାରେ ଥିବା ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା। ପରେ ପାଖରେ ଥିବା ଗାଡ଼ି ଗୁଡ଼ିକରେ ମଧ୍ୟ ନିଆଁ ଲାଗିଥିଳା। ଯାହାଫଳରେ ବଡ଼ ଅଘଟଣ ଘଟିଥିଲା। ଏଥିରେ ଆତଙ୍କବାଦୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଥିବା କହିଛନ୍ତି ଅଧିକାରୀ ଜଣକ।

ଏହି ବିସ୍ଫୋରଣ ପରେ ମନ୍ତ୍ରୀ ଜିୟା ଉଲ ହସନ ସ୍ଥାନୀୟ ଟିଭି ଚ୍ୟାନେଲ ଜିୟୋକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଦେଶୀଙ୍କୁ ଟାର୍ଗେଟ ରଖାଯାଇ ବିସ୍ଫୋରଣ କରଯାଇଥିଲା। ଯାହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି। ଚୀନ ପକ୍ଷରୁ ଏହାର ତଦନ୍ତ ଦାବି କରାଯାଇଛି। ସବୁଠୁ ବଡ଼କଥା ହେଲା ଆସନ୍ତା ୧୫ ତାରିଖରୁ ପାକିସ୍ତାନରେ ଏସସିଓ ସମ୍ମିଳନୀ ବସିବାକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ପଛରେ ଆତଙ୍କୀ ସଙ୍ଗଠନର ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଏବେ ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.