Odisha Link
Bridging the Missing Links in Odisha

ଆଜି ବିଶ୍ୱ କପା ଦିବସ, କେବଳ ପୋଷାକ ନୁହେଁ ଖାଦ୍ୟରେ ବି ରହିଛି ଏହାର ଚାହିଦା

ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଶ୍ୱ କପା ଦିବସ ବା ୱାର୍ଲଡ କଟନ ଡେ। ପ୍ରଥମେ ୨୦୧୯ ମସିହାରେ ସଂଯୁକ୍ତ ରାଷ୍ଟ୍ରୀୟ, ବିଶ୍ୱ ଖାଦ୍ୟ ସଂଗଠନ, ଅନ୍ତଃରାଷ୍ଟ୍ରୀୟ କପାସ ସଲାହାକାର ସମିତି ଦ୍ୱାରା ଆୟୋଜନ କରାଯାଇଥିଲା। ଯାହା ପରଠାରୁ ପ୍ରତିବର୍ଷ ୭ ଅକ୍ଟୋବରରେ ଏହି ଦିବସକୁ ପାଳନ କରାଯାଇ ଆସୁଅଛି।

ଏହାର ବିଶେଷତ୍ୱ..

ପୁରୁଣା କାଳରେ କଟନ କପଡାଠୁ ଆରମ୍ଭ କରି କପାସରେ ତିଆରି ଅନେକ କାମରେ ଏହାକୁ ବ୍ୟବହାର କରାଯାଉଥିଲା। କପାସ ବା ତୂଳାର ପ୍ରଡକ୍ସନ କେବଳ ଯେ ଭାରତରେ ହେଉଛି ତାହା ନୁହେଁ ବରଂ ଏହା ପୂରା ବିଶ୍ୱରେ ଏହାର ଖ୍ୟାତି ଦେଖିବାକୁ ମିଳୁଛି। ସେଥିପାଇଁ କପାସ ବା ତୂଳାର ଉତ୍ପାଦନ ଅନେକ ଲୋକଙ୍କୁ ପ୍ରତିବର୍ଷ ରୋଜଗାର ମଧ୍ୟ ଦେଉଛି।

ଭାରତ ହେଉଛି ଦୁନିଆର ସବୁଠାରୁ ଅଧିକ କପା ଉତ୍ପାଦନ କରୁଥିବା ଦେଶ। ଗୁଜରାଟରେ ସର୍ବାଧିକ କପା ଉତ୍ପାଦନ ହୋଇଥାଏ।
ଆକଳନ ଅନୁଯାୟୀ, ପ୍ରାୟତଃ ୩୮ ପ୍ରତିଶତ ତୂଳା ବା କପାସ ଉତ୍ପାଦନ ଭାରତରେ ହୋଇଥାଏ। ଭାରତ ପ୍ରତିବର୍ଷ ୬,୧୮୮,୦୦୦ ଟନ୍ ତୁଳା ଉତ୍ପାଦନ କରିବା କ୍ଷେତ୍ରରେ ଆଜି ବିଶ୍ୱରେ ପ୍ରଥମ ସ୍ଥାନରେ ବିବେଚିତ।

ସେହିପରି ତୂଳାର ଏକ ଟନ ବର୍ଷରେ ପ୍ରାୟତଃ ୫ ଜଣ ଲୋକଙ୍କୁ ରୋଜଗାର ଯୋଗାଇଥାଏ। କପା ବା ତୂଳ ଏମିତି ଏକ ଚାଷ ଯାହାର ଉତ୍ପାଦନ କ୍ଷେତ୍ରରେ ଜଳର ଆବଶ୍ୟକତା ଖୁବ କମ। ଶୁଖିଲା ଜମିରେ ମଧ୍ୟ ଏହି ଚାଷ କରାଯାଇପାରିବ। ତୂଳା ବା କପା ଚାଷ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ।

ପୂରା ବିଶ୍ୱରେ ତୂଳା ଉତ୍ପାଦନ କରାଯାଇଥାଏ। କାରଣ ତୂଳା ଫାଇବର କପଡାରେ ଅଧିକରୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ତୂଳା ଖାଦ୍ୟ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯାଏ। ଏହି କାରଣରୁ ୨୦୧୯ ରେ ନାଚୁରାଲ ଫାଇବର କପାସ ଉତ୍ପାଦନ, ବ୍ୟାପାର ଓ ଲାଭକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ବୃଦ୍ଧି କରିବାକୁ ୭ ଅକ୍ଟୋବରକୁ ବିଶ୍ୱ ୱାର୍ଲଡ କଟନ ଡେ ଭାବେ ପାଳନ କରିବା ପାଇଁ ଘୋଷଣା କରାଗଲା।

Leave A Reply

Your email address will not be published.