Odisha Link
Bridging the Missing Links in Odisha

ବନ୍ଦ ହେବନି ବସ୍ ଚଳାଚଳ, ଆନ୍ଦୋଳନରୁ ଓହରିଲା ବସ୍ ସଙ୍ଘ

ଓଏଲ୍ ବ୍ୟୁରୋ: ଦୁର୍ଗାପୂଜା ଛୁଟି ପୂର୍ବରୁ ଯାନବାହନ ଚଳାଚଳ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ବନ୍ଦ ଡାକରା ଦେଇଥିଲା। ଆସନ୍ତାକାଲି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସଙ୍ଘ କହିଥିଲା। ଏହା ପରେ ପରିବହନ ମନ୍ତ୍ରୀଙ୍କ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ବସ୍ ସଙ୍ଘ। ଆଜି ସନ୍ଧ୍ୟାରୁ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି ଘରୋଇ ବସ ମାଲିକ ସଙ୍ଘ ସୂଚନା ଦେଇଛି।

ସୂଚନା ଅନୁସାରେ, ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ପୂର୍ବରୁ ବିରୋଧ କରି ଆସୁଥିଲା ଘରୋଇ ବସ୍‌ ମାଲିକ ସଂଘ। ଏହାକୁ ବିରୋଧ କରି ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବାକୁ ଚେତାବନୀ ଦେଇଥିଲେ।

ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ବର୍ତ୍ତମାନ ବସ ଚଳାଚଳରେ କୌଣସି ବାଧା ସୃଷ୍ଟି ନକରିବାକୁ ସଂଘ କହିଛି।

Leave A Reply

Your email address will not be published.