Odisha Link
Bridging the Missing Links in Odisha

ଆଇସିୟୁରେ ରତନ ଟାଟା, ମୁମ୍ବାଇରେ ଚାଲିଛି ଚିକିତ୍ସା

ଓଏଲ୍‌ ବ୍ୟୁରୋ: ବିଶ୍ବର ଜଣାଶୁଣା ଉଦ୍ୟୋଗପତି, ସମାଜସେବୀ ଓ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍‌ ରତନ ଟାଟା ମେଡିକାଲରେ ଭର୍ତ୍ତି। ମୁମ୍ବାଇର ଏକ ପ୍ରତିଷ୍ଠିତ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ ରତନ ଟାଟାଙ୍କ ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ ପ୍ରେସର ତଳକୁ ଖସିବା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତୀ କରାଯାଇଛି। ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡା ଶାରୁଖ ଅସ୍ପୀ ଗୋଲବାଳାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍‌ ଶ୍ରୀ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।

Leave A Reply

Your email address will not be published.