Odisha Link
Bridging the Missing Links in Odisha

ନକ୍ସଲ ମୁକାବିଲା ନେଇ ଗୁରୁମନ୍ତ୍ର ଦେଲେ ଗୃହମନ୍ତ୍ରୀ, କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ନୂଆଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ବୈଠକ ହୋଇଥିବାବେଳେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ମୁଖ୍ୟ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇ.ବି ଖୁରାନିଆ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଜୁଏଲ ଓରାମ୍, ନିତ୍ୟାନନ୍ଦ ରାୟ ମଧ୍ୟ ସାମିଲ ହୋଇଥିଲେ।

ନକ୍ସଲ ମୁକାବିଲା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଏହି ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତ ହେବ। ଅନେକ ସ୍ଥାନ ଏବେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତି ପାଇଛି। ଅଗଷ୍ଟ ୨୪ ଏବଂ ୨୫ରେ ଛତିଶଗଡ଼ ଯାଇ ରଣନୀତି ପ୍ରସ୍ତୁତ କରିଥିଲି। ଜାନୁଆରୀରୁ ଏଯାଏ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି। ୮୦୧ ନକ୍ସଲ ଗିରଫ ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି। ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି।

ଅନ୍ୟପଟେ, ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର କରାଯାଇଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି। ବିଶେଷକରି ନୂଆପଡ଼ା, କନ୍ଧମାଳ, ମାଲକାନଗିରି ପ୍ରତି ଫୋକସ ରହିଛି। ଏ ସଂପର୍କରେ ବୈଠକରେ ଗୃହମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ରର ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave A Reply

Your email address will not be published.