Odisha Link
Bridging the Missing Links in Odisha

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ଚାର୍ଜସିଟରେ ବଡ଼ ଖୁଲାସା

ଓଏଲ୍‌ ବ୍ୟୁରୋ: କୋଲକାତାର ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ହୋଇଛି ବଡ଼ ଖୁଲାସା। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରଯାଇ ନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଦୁଷ୍କର୍ମ ପରେ ହତ୍ୟା କରିଛି। ଏଥିସହିତ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି। ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ।

ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଯେତିକି ଦୁଃଖଦ ନଥିଲା, ତାଠୁ ଅଧିକ ଅସନ୍ତୋଷ ସୃଷ୍ଟି କରିଥିଲା। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୁଲିସ।

Leave A Reply

Your email address will not be published.