Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ଜନମତ: ବିଜେପି ଠାରୁ ଏନ୍‌ସି ଓ କଂଗ୍ରେସ ମେଣ୍ଟ ଆଗୁଆ

ଓଏଲ୍‌ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ଭୋଟ ଗଣତି ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି। ଜମ୍ମୁ-କଶ୍ମୀରରେ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ବିଜେପି ଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଅନ୍ୟପଟେ, ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି।

ଉଲ୍ଲେଖ‌ଯୋଗ୍ୟ ଯେ, ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ସେହିଭଳି ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।

Leave A Reply

Your email address will not be published.