Odisha Link
Bridging the Missing Links in Odisha

ହରିୟାଣା ନିର୍ବାଚନ: ଭିନେଶ ଫୋଗାଟଙ୍କୁ ପଛରେ ପକାଇଲେ ବିଜେପି ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି। ଜମ୍ମୁ-କଶ୍ମୀରରେ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ବିଜେପି ଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଅନ୍ୟପଟେ, ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି।

ସେହିଭଳି ପ୍ରାରମ୍ଭିକ ଟ୍ରେଣ୍ଡରେ ୨୦୩୯ ଖଣ୍ଡ ଭୋଟ୍‌ରେ ପଛୁଆ ଚାଲିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍। କଂଗ୍ରେସ ଟିକେଟ୍‌ରେ ଜୁଲାନା ଆସନରୁ ଲଢ଼ୁଛନ୍ତି ଭିନେଶ ଫୋଗାଟ୍। କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ଠାରୁ ୨ ହଜାରରୁ ଅଧିକ ଭୋଟରେ ଯୋଗେଶ କୁମାର ଆଗରେ ରହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ, ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ସେହିଭଳି ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।

Leave A Reply

Your email address will not be published.