Odisha Link
Bridging the Missing Links in Odisha

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଓଏଲ୍‌ ବ୍ୟୁରୋ: ଜାତୀୟ ସ୍ତରରେ ସଫଳତାର ଶୀର୍ଷ ଛୁଇଁଲା ଓଡ଼ିଆ ଚଳଚିତ୍ର ଦମନ। ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ‘ଦମନ’ ପ୍ରଯୋଜକ ଓ ୨ ନିର୍ଦ୍ଦେଶକ।

ସୂଚନା ଅନୁସାରେ, ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର। ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ।

ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିବା ବେଳେ ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା। ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା।

Leave A Reply

Your email address will not be published.