Odisha Link
Bridging the Missing Links in Odisha

ଆଜିଠୁ ଟ୍ୱିନ୍ ସିଟିରେ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରୁଟରେ ପ୍ରବେଶ ମନା..

ଓଏଲ୍‌ ବ୍ୟୁରୋ: ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଜି ହେଉଛି ମହା ସପ୍ତମୀ ପୂଜା। ଯାହାକୁ ନେଇ ଏବେ ସବୁଠି ଉତ୍ସବ ମୁଖର ପରିବେଶ। ଏବେଠୁ ସବୁଠି ଭିଡ଼ ଜମିଲାଣି।

ଭିଡକୁ ନଜରରେ ରଖି ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା କରାଯାଇଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ।ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ-ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।

ସେହିପରି କଟକରେ ବି ବିଭିନ୍ନ ରାସ୍ତା ଜାରି ହେଇଛି କଟକଣା। ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଟ୍ରାଫିକ କଟକଣା ଜାରି ରହିବ।

ପୂଜାରେ ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ଲୋକମାନେ ସଚେତନ ହେବା ଆବଶ୍ୟକ। ସାଇବର ଅପରାଧ ସମ୍ବଧରେ ମଧ୍ୟ ଲୋକେ ସଚେତନ ହେବା ଆବଶ୍ୟକ। ଭୁବନେଶ୍ବରରେ ୧୮୭ ପୂଜା ପଣ୍ଡାଲ ରହିଥିବା ବେଳେ କଟକରେ ୧୬୬ ମେଢ଼ ହୋଇଛି। ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୁଲିସ ମୁତୟନ ହେବେ।

Leave A Reply

Your email address will not be published.