Odisha Link
Bridging the Missing Links in Odisha

ଆରମ୍ଭ ହେଲା ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ, ଶୁଭାରମ୍ଭ କଲେ ନବୀନ

ଓଏଲ୍‌ ବ୍ୟୁରୋ: ଆଜି ପୁଣ୍ୟାତ୍ମା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଛନ୍ତି। ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ। ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ।

ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ। ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି। ତେବେ ଏଥର ନୂଆ ସଦସ୍ୟ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ। ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ସହ ସାରା ରାଜ୍ୟରେ ବିଜେଡି ସଦସ୍ୟ ସଂଗ୍ରହର ମେଗା ଅଭିଯାନ ଆରମ୍ଭ କରିଛି। ଯାହା ଆସନ୍ତା ଦୁଇ ମାସ ଯାଏଁ ଚାଲିବ।

Leave A Reply

Your email address will not be published.