Odisha Link
Bridging the Missing Links in Odisha

ମାତିଛନ୍ତି ସାଇବର ଲୁଟେରା, ପାର୍ବଣରେ ସତର୍କ ରହିବାକୁ ଡିସିପିଙ୍କ ଅପିଲ୍

ଓଏଲ୍‌ ବ୍ୟୁରୋ: ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଜି ହେଉଛି ମହା ସପ୍ତମୀ ପୂଜା। ଯାହାକୁ ନେଇ ଏବେ ସବୁଠି ଉତ୍ସବ ମୁଖର ପରିବେଶ। ଏବେଠୁ ସବୁଠି ଭିଡ଼ ଜମିଲାଣି।

ଭିଡକୁ ନଜରରେ ରଖି ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା କରାଯାଇଛି। ଏସବୁ ଭିତରେ ରାଜଧାନୀବାସୀଙ୍କୁ ସତର୍କ କରାଇଲେ ଭୁବନେଶ୍ୱର ଡିସିପି। ପାର୍ବଣରେ ସାମାଜିକ ଗଣମାଧ୍ୟମରୁ ଦୂରରେ ରୁହନ୍ତୁ। ଅଫର ନାଁରେ ଖାଲି ହୋଇ ଯାଇପାରେ ଆକାଉଣ୍ଟ। ଅଫର ଦେଖାଇ ସାଇବର ଠକ ଲିଙ୍କ ପଠାଇ ପାରନ୍ତି। ନିଯୁକ୍ତି ଅଫର ଓ ନିବେଶ ନାଁରେ ଠକେଇ ହୋଇପାରେ। ଜାନୁଆରୀରୁ ସେପ୍ଟେମ୍ବର ଯାଏ ଆସିଛି ୩୬୬୦ଟି ରିପୋର୍ଟ। ୯ ମାସରେ ୨୪ ସାଇବର ଠକ ଗିରଫ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

Leave A Reply

Your email address will not be published.