Odisha Link
Bridging the Missing Links in Odisha

ପୂଜା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଚାନ୍ଦିମେଢ଼ ଜଗିବେ ସ୍ୱତନ୍ତ୍ର ସୁରକ୍ଷାବାହିନୀ

ଓଏଲ୍‌ ବ୍ୟୁରୋ: ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଜି ହେଉଛି ମହା ସପ୍ତମୀ ପୂଜା। ଯାହାକୁ ନେଇ ଏବେ ସବୁଠି ଉତ୍ସବ ମୁଖର ପରିବେଶ। ଏବେଠୁ ସବୁଠି ଭିଡ଼ ଜମିଲାଣି।

ଭିଡକୁ ନଜରରେ ରଖି ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା କରାଯାଇଛି। ସୁରକ୍ଷା ପାଇଁ କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ। ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି। ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୁତୟନ ରହିବେ। ୧୮୦ ଏଏସ୍ଆଇ, ୨ କମ୍ପାନୀ ସିଆର୍‌ପିଏଫ୍ ଯବାନ ରହିବେ। ସୁନା, ରୁପା ମେଢ଼ରେ ବନ୍ଧୁକଧାରୀ ପୁଲିସ ସଜାଗ ରହିବେ। ଚୋରିକୁ ଦୃଷ୍ଟିରେ ରଖି ଗଳିକନ୍ଦିରେ ପାଟ୍ରୋଲିଂ କଡ଼ାକଡ଼ି ହେବ।

Leave A Reply

Your email address will not be published.