ବିଦ୍ୟାଳୟରେ କମିବ ଡ୍ରପଆଉଟ୍ ହାର, ମାଧୋ ସିଂ ଛାତ୍ରବୃତ୍ତି ଯୋଜନାର ଗାଇଡଲାଇନ ଜାରି
ଓଏଲ୍ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯିବ।
ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଗାଇଡ ଲାଇନ ଜାରି ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି ହୋଇଛି। ବିଦ୍ୟାଳୟରେ ଡ୍ରପଆଉଟ୍ ହାର କମାଇବା ଯୋଜନାର ମୂଳ ଲକ୍ଷ୍ୟ ରହିଛି। ଅଷ୍ଟମରୁ ନବମ ଓ ଦଶମରୁ ଏକାଦଶକୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା। ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଆର୍ଥିକ ସହାୟତା ରାଶି। ଏନେଇ ବିଦ୍ୟାର୍ଥୀ ମାନେ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ରେ ଆବେଦନ କରିବେ।
ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ରେ ଏନେଇ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍ ରହିବ। ଶିକ୍ଷାନୁଷ୍ଠାନ ମୁଖ୍ୟ ଆବେଦନପତ୍ରକୁ ଯାଞ୍ଚ ଓ ମଞ୍ଜୁର କରି ବିଭାଗକୁ ପଠାଇବେ। ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭ ହସ୍ତାକ୍ଷର ଯୋଜନା ମାଧ୍ୟମରେ ଆକାଉଣ୍ଟକୁ ଯିବ ଟଙ୍କା। ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ଜାତି ଓ ଆୟ ପ୍ରମାଣପତ୍ର। ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଓ ଆଧାର କାର୍ଡ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।