Odisha Link
Bridging the Missing Links in Odisha

ସରିଲା ଶେଷ ଦର୍ଶନ, ଅନ୍ତିମ ଯାତ୍ରା ଅଭିମୁଖେ ରତନ ଟାଟାଙ୍କ ପାର୍ଥିବ ଶରୀର

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭାରତର ରତନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ରତନ ଟାଟାଙ୍କ ଶେଷ ଦର୍ଶନ ଶେଷ ହୋଇଛି। ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ଅନ୍ତିମ ଯାତ୍ରା ଅଭିମୁଖେ ରତନ ଟାଟାଙ୍କ ପାର୍ଥିବ ଶରୀର। ଆଉ କିଛି ସମୟ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

Leave A Reply

Your email address will not be published.