Odisha Link
Bridging the Missing Links in Odisha

ରତନ ଟାଟାଙ୍କୁ ଶେଷ ଥର ଦେଖିବା ପାଇଁ ଜନସମାଗମ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭାରତର ରତନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ରତନ ଟାଟାଙ୍କ ଶେଷ ଦର୍ଶନ ଶେଷ ହୋଇଛି। ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ଶେଷକୃତ୍ୟ ଦେଖିବା ପାଇଁ ଜନସମାଗମ ହୋଇଛି। ଆଉ କିଛି ସମୟ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Leave A Reply

Your email address will not be published.