ଆଜି ରାଜଧାନୀରେ ଦୁର୍ଗାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ, କାଲି ଯିବେ କଟକ

ଓଏଲ୍ ବ୍ୟୁରୋ: ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଆଧ୍ୟାତ୍ମିକ ଓ ଉତ୍ସାହର ଅନୁଭୂତି ନେବା ପାଇଁ ଆଜିଠୁ ଦୁର୍ଗା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବର, କଟକ ଓ କେନ୍ଦୁଝର ଅଞ୍ଚଳର ବିଭିନ୍ନ ମେଢ଼ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ।
ମହାଷ୍ଟମୀ ଦିନ ଭୁବନେଶ୍ଵରର ବିଭିନ୍ନ ପୂଜା ମଣ୍ଡପ ବୁଲିବେ। ୧୨ ତାରିଖ ମହାନବମୀ ଦିନ କଟକର ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲିବେ। ମହାଷ୍ଟମୀରେ ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ। ସେହିପରି ନବମୀ ୧୨ ତାରିଖ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ। ୧୩ ତାରିଖରେ ନିଜ ଜିଲ୍ଲାର ଦୁର୍ଗା ପୂଜାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ।