Odisha Link
Bridging the Missing Links in Odisha

୮୨ ବର୍ଷରେ ବିଗ୍ ବି, ଶତାଦ୍ଦୀର ମହାନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

ଓଏଲ୍‌ ବ୍ୟୁରୋ: ୮୨ ବର୍ଷରେ ପାଦ ଥାପିଲେ ଶତାଦ୍ଦୀର ମହାନାୟକ ବର୍ଷିଆନ୍ ଅଭିନେତା ଅମିତାଭ ବଚ୍ଚନ। ୧୧ ଅକ୍ଟୋବର ବୁଧବାର ଦିନ ବିଗ୍ ବି ନିଜ ୮୨ତମ ଜନ୍ମଦିନ ପାଳନ କରିଛନ୍ତି। ବିଳମ୍ବିତ ରାତିରେ ବିଗ୍ ବି ନିଜ ପ୍ରଶଂସକ ଏବଂ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି। ଅମିତାଭଙ୍କ ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ବାସଭବନ ସାମ୍ନାରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅମିତାଭ ବଚ୍ଚନ ନିଜ କ୍ୟାରିୟରରେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ସେ ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ମତୁଆଲ କରିଛନ୍ତି। ସବୁ ବୟସର ପ୍ରଶଂସକ ଆଜିକା ତାରିଖରେ ତାଙ୍କ ଫ୍ୟାନ୍। ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ। ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ। ଅମିତାଭ ବଚ୍ଚନ ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ।

Leave A Reply

Your email address will not be published.