Odisha Link
Bridging the Missing Links in Odisha

ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ, ମା’ ଦୁର୍ଗାଙ୍କୁ କଲେ ଦର୍ଶନ

ଓଏଲ୍‌ ବ୍ୟୁରୋ: ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଆଧ୍ୟାତ୍ମିକ ଓ ଉତ୍ସାହର ଅନୁଭୂତି ନେବା ପାଇଁ ଭକ୍ତଂକ ଭିଡ ଜମିଛି। ଏହି ପବିତ୍ର ଉତ୍ସବରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମହାଷ୍ଟମୀରେ ମା’ଙ୍କୁ ଦର୍ଶନ କରି ଆଶିଷ କାମନା କରିଛନ୍ତି। ଏହା ସହ ସାରା ରାଜ୍ୟର ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ଼ ଛାଡ଼ କଲେ ମୁଖ୍ୟମନ୍ତ୍ରୀ। ପେଣ୍ଡାଲ ଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିଷ୍ପତି ଘୋଷଣା କରିଛନ୍ତି।

Leave A Reply

Your email address will not be published.