ନିର୍ବାଚନ ପୂର୍ବରୁ ଟୋଲ ଫି’ ଛାଡ଼ କଲେ ମହାରାଷ୍ଟ୍ର ସରକାର, ଆଜି ରାତିରୁ ନୂଆ ନିୟମ

ଓଏଲ୍ ବ୍ୟୁରୋ: ବାଜିବ ମହାରାଷ୍ଟ୍ର ନିର୍ବାଚନ ବିଗୁଲ। ନିର୍ବାଚନ ପୂର୍ବରୁ ସିନ୍ଧେ କ୍ୟାବିନେଟର ବଡ ନିଷ୍ପତି। ମୁମ୍ବାଇକୁ ପ୍ରବେଶ ପାଇଁ ଥିବା ଟୋଲ୍ ଗେଟ୍ ଫି ଛାଡ଼ କରିଛନ୍ତି ସରକାର। ଆଜି ରାତିରୁ ଲାଗୁ ହେବ ନୂଆ ନିୟମ। ଆଜି ମଧ୍ୟରାତ୍ରିରୁ ହାଲୁକା ଯାନ ପାଇଁ ଟୋଲ ଫି’ ଛାଡ଼ କରାଯିବ। ୫ଟି ଟୋଲ ଗେଟ୍ରେ ଟୋଲ ଫି’ ୪୫ ଟଙ୍କା ଥିଲା। ବର୍ତ୍ତମାନ ଏହାକୁ ଛାଡ କରାଯାଇଛି।
ଆଜି ରାତିରୁ ହାଲୁକା ଯାନ ପାଇଁ ନୂଆ ନିୟମ ଲାଗୁ ହେବ। ଏନେଇ ଏକନାଥ ସିନ୍ଧେ କ୍ୟାବିନେଟ ବୈଠକରେ ଘୋଷଣା କରିଛନ୍ତି। ଏହି ନିଷ୍ପତି ପ୍ରତିଦିନ ଏହି ୫ଟି ଟୋଲ ଦେଇ ଚଳପ୍ରଚଳ କରୁଥିବା ହାଲୁକା ଯାନ ବ୍ୟବହାରକାରୀଙ୍କ ବଡ଼ ଆଶ୍ବସ୍ତି ଦେବ।