Odisha Link
Bridging the Missing Links in Odisha

ଆସନ୍ତାକାଲି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ନିବେଶକ ସମ୍ମିଳନୀରେ ଦେବେ ଯୋଗ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ। ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିବେ। ଜାନୁଆରୀ ୨୦୨୫ରେ ଓଡ଼ିଶାରେ ଉତ୍କର୍ଷ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଯୋଗ ଦେବାକୁ ନିବେଶକଙ୍କୁ ଆମନ୍ତ୍ରଣ କରିବେ।

ସୂଚନା ଅନୁସାରେ, ନୂଆ ବର୍ଷରେ ଆୟୋଜନ ହେବ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫’। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ମୋହନ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’। ଦେଶ ଓ ବିଦେଶର ନିବେଶକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହା ପୂର୍ବରୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଏବେ ମୁମ୍ବାଇରେ ବିଜନେସ ଲିଡରଙ୍କ ସହ ମୋହନ ସରକାର ଆଲୋଚନା କରିବେ।

Leave A Reply

Your email address will not be published.