ଆଜି ବିଶ୍ୱ ହାତଧୂଆ ଦିବସ, ଜାଣନ୍ତୁ ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ….
ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଶ୍ୱ ହାତଧୂଆ ଦିବସ। ହାତଦ୍ୱାରା ଜୀବାଣୁ ପାଟିକୁ ଯାଉଥିବାରୁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ହାତଧୂଆ ଦିବସର ବାର୍ତ୍ତା ରହିଛି ‘ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ’। ବିଦ୍ୟାଳୟ ଗୁଡ଼ିକରେ ହାତଧୂଆ ଦିବସ ପାଳନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏକ ମାସ ଧରି ଆସନ୍ତା ମାସ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ତେବେ ହାତଧୁଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆରେ ହାତଧୁଆକୁ ପ୍ରାଧାନ୍ୟ ଦେବାକୁ ଉଲ୍ଲେଖ କରିଛନ୍ତି। ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।