Odisha Link
Bridging the Missing Links in Odisha

ବାଜିଲା ନିର୍ବାଚନୀ ବିଗୁଲ, ନଭେମ୍ବର ୨୦ରେ ମହାରାଷ୍ଟ୍ର ଭୋଟ୍‌

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩ ନଭେମ୍ବର ଭୋଟ ଗଣନା ହେବ। ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ନିର୍ବାଚନ ହେବ।

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସ୍‌ କନ୍‌ଫରେନ୍ସ ମାଧ୍ୟମରେ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। ମହାରାଷ୍ଟ୍ରରେ ୩୬ ଜିଲ୍ଲା ଥିବାବେଳେ ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ। ସେହିଭଳି ଝାଡ଼ଖଣ୍ଡର ୨୪ ଜିଲ୍ଲାର ୮୧ ଆସନରେ ନିର୍ବାଚନ ହେବ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଘୋଷଣା ହୋଇଥିବାବେଳେ ୨୨ ଅକ୍ଟୋବରରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ମହାରାଷ୍ଟ୍ରରେ ନିର୍ବାଚନ ପାଇଁ ଅକ୍ଟୋବର ୨୯ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସ୍ଥିର ହୋଇଥିବାବେଳେ ନଭେମ୍ବର ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩ ନଭେମ୍ବର ଭୋଟ ଗଣନା ହେବ। ନଭେମ୍ବର ୨୫ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

Leave A Reply

Your email address will not be published.