Odisha Link
Bridging the Missing Links in Odisha

ସରକାରଙ୍କ ବଡ଼ ନିଷ୍ପତି: ଓଡ଼ିଶାରେ ବିକ୍ରି ହେବନି ବାହାର ରାଜ୍ୟର ଧାନ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଧାନକିଣା ବୈଠକ ଆୟୋଜିତ ହୋଇଛିଇ। ଓଡ଼ିଶାରେ ଧାନ ବିକ୍ରି ନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଧାନ କିଣା ବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ ହେବ। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେନି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନକିଣା ବୈଠକରେ ନିଷ୍ପତ୍ତି ହୋଇଛି। ଧାନର ମାନ ଥରେ ହିଁ କେବଳ ମଣ୍ଡିରେ ଯାଞ୍ଚ ହେବ। ପୂର୍ବରୁ ମଣ୍ଡିରେ ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା।

ଧାନ ବିକ୍ରିର ସମୟ ସୀମା ବଢ଼ାଇ ପାରିବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ। ଜିଲ୍ଲାପାଳଙ୍କୁ ଦିଆଯିବ ଅଧିକୃତ କ୍ଷମତା, ସରକାରଙ୍କୁ ପଠାଇବାକୁ ପଡ଼ିବନି। ସବୁ ମଣ୍ଡି ଆଧୁନିକୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ ହେବ। ଧାନକିଣା ବେଳେ ମନ୍ତ୍ରୀ ଜିଲ୍ଲା ଦାୟିତ୍ବରେ ରହିବେ। ପ୍ରତି ମଣ୍ଡି ପାଇଁ ଅଧିକୃତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। କିଛି ମଣ୍ଡିକୁ ନେଇ ଜୋନ୍‌ ହେବ। ଏହାର ଦାୟିତ୍ବ ନେବେ ସୁପରଭାଇଜର। ଏ ବର୍ଷ ୮୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.